ଆପଣଙ୍କର କାର୍ଡର ସୂଚନାକୁ
ନିରାପଦରେ ରଖିବା ପାଇଁ ଟିପ୍ସ
- ବ୍ୟାଙ୍କ ଦ୍ୱାରା ପଠାଯାଇଥିବା ସତର୍କତା ବାର୍ତ୍ତାକୁ ଧ୍ୟାନ ପ୍ରଦାନ କରନ୍ତୁ, ଯଥା ଟ୍ରାନଜାକ୍ସନ୍ ଆଲର୍ଟ, ଠିକଣା/ମୋବାଇଲ ନମ୍ୱର ପରିବର୍ତ୍ତନ ଇତ୍ୟାଦି ଓ ଯଦି କୌଣସି ପାର୍ଥକ୍ୟ ରହିଥାଏ ତେବେ ବ୍ୟାଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ।
- ତୁରନ୍ତ ବ୍ୟାଙ୍କକୁ ସୂଚୀତ କରନ୍ତୁ ଯଦି ଆପଣଙ୍କର ଠିକଣା ବା ମୋବାଇଲ ନମ୍ୱରରେ ପରିବର୍ତ୍ତନ ହୁଏ ଆପଣ ବ୍ୟାଙ୍କକୁ ପ୍ରଦାନ କରିଛନ୍ତି ।
- ଆପଣଙ୍କର ପର୍ସନାଲ୍ ଆଇଡେଣ୍ଟିଫିକେସନ୍ ନମ୍ୱର (ପିଆଇଏନ୍)କୁ ମନେ ରଖନ୍ତୁ, ଏହାକୁ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ ଓ ପିନ୍ ନମ୍ୱର ଲେଖାଥିବା କୌଣସି କାଗଜାତକୁ ନଷ୍ଟ କରିଦିଅନ୍ତୁ ।
- ଏହା ଯାଞ୍ଚ କରନ୍ତୁ ଯେ ମର୍ଚ୍ଚାଣ୍ଟ ଆଉଟ୍ଲେଟ୍ରେ ଟ୍ରାନ୍ଜାକ୍ସନ୍ ପରେ ଆପଣଙ୍କୁ ଫେରସ୍ତ କରାଯାଇଥିବା କ୍ରେଡିଟ୍/ଡେବିଟ୍ କାର୍ଡ ଆପଣଙ୍କର ଅଟେ ।
- ମର୍ଚ୍ଚାଣ୍ଟ ଆଉଟ୍ଲେଟ୍ରେ ଆପଣଙ୍କ ଉପସ୍ଥିତିରେ ଆପଣଙ୍କର କ୍ରେଡିଟ୍/ ଡେବିଟ୍ କାର୍ଡକୁ ସ୍ୱାଇପ୍ କରିବାକୁ କୁହନ୍ତୁ ।
- ଟ୍ରାନ୍ଜାକ୍ସନ୍ ପରେ ଟ୍ରାନ୍ଜାକ୍ସନ୍ ନୋଟିଫିକେସନ୍ ମେସେଜ୍ ଦେଖନ୍ତୁ ଓ ପରିମାଣକୁ ଯାଞ୍ଚ କରିନିଅନ୍ତୁ ।
- ପିଓଏସ୍ ମେସିନ୍ ଓ ଏଟିଏମ୍ରେ ଏଣ୍ଟର୍ କରୁଥିବା ସମୟରେ ଏହା ସୁନିଶ୍ଚିତ କରନ୍ତୁ ଯେ କ୍ରେଡିଟ୍ କାର୍ଡ/ଡେବିଟ୍ କାର୍ଡ ଅନ୍ୟମାନେ ଦେଖିପାରୁ ନାହାନ୍ତି ।
- ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ ହଜିଯିବା କ୍ଷେତ୍ରରେ ବା ଯଦି ଆପଣ ଭୁଲ୍ବଶତଃ ଆପଣଙ୍କର ବିବରଣୀକୁ ଅନ୍ୟ କାହାକୁ ପ୍ରଦାନ କରିଥାନ୍ତି ତେବେ ତୁରନ୍ତ ବ୍ୟାଙ୍କକୁ ସୂଚିତ କରନ୍ତୁ ।
- ବ୍ୟାଙ୍କର କଷ୍ଟମର୍ କେୟାର୍ ନମ୍ୱର୍କୁ ସର୍ବଦା ପାଖରେ ରଖନ୍ତୁ, ଯଦ୍ୱାରା ଆପଣ ସହାୟତା/ଜରୁରୀକାଳିନ ପରିସ୍ଥିତି/କାର୍ଡ ହଜିଯିବା/ଟ୍ରାନ୍ଜାକ୍ସନ୍ ବ୍ୟାଘାତ କ୍ଷେତ୍ରରେ ତୁରନ୍ତ କଲ୍ କରିପାରିବେ।
- ଭ୍ରମାତ୍ମକ ବାର୍ତ୍ତା/କଲ୍/ଇମେଲ୍ ପ୍ରତି ସତର୍କ ରୁହନ୍ତୁ ଓ ଆପଣଙ୍କର ସବିଶେଷକୁ କଦାପି ଅନ୍ୟ କାହାରିକୁ ପ୍ରଦାନ କରନ୍ତୁ ନାହିଁ ।
- ଆପଣଙ୍କର ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡକୁ ଅନ୍ୟ କାହାରିକୁ ପ୍ରଦାନ କରନ୍ତୁ ନାହିଁ, ଯଦି ବା ସିଏ ନିଜକୁ ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ପ୍ରତିନିଧି ବୋଲି କହୁଥାନ୍ତି ।
- କାହାରିକୁ ଆପଣଙ୍କର ପିନ୍/ଓଟିପି/ସିଟିଭି/ଭିବିଭି/ମାଷ୍ଟର ସିକ୍ୟୋର ପାସ୍ୱାର୍ଡ ପ୍ରଦାନ କରନ୍ତୁ ନାହିଁ । ବ୍ୟାଙ୍କ ବା ଅନ୍ୟ କୌଣସି ସରକାରୀ ଅନୁଷ୍ଠାନ ଏହି ସୂଚନାକୁ ମାଗିନଥାନ୍ତି ।
- ଅଣସୁରକ୍ଷିତ ୱାଇ-ଫାଇ ନେଟ୍ୱର୍କ ବ୍ୟବହାର କରି ଆପଣଙ୍କର କାର୍ଡ/ଅକାଉଣ୍ଟକୁ ଆକ୍ସେସ୍ କରନ୍ତୁ ନାହିଁ ବା ସର୍ବସାଧାରଣ ସ୍ଥାନରେ ଏପରି ନେଟ୍ୱର୍କରେ ଅନ୍ଲାଇନ୍ କିଣାକିଣି କରନ୍ତୁ ନାହିଁ ।
- ଏକ ଏଟିଏମ୍ରେ ଅଜଣା ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନାହିଁ, ଯଦି ବା ସେ ସ୍ୱେଚ୍ଛାମୂଳକ ଭାବରେ ସହାୟତା କରିବାକୁ ଚାହୁଁଥାନ୍ତି ।